ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ନିଖୋଜ ଘଟଣାରେ ନୂଆ ମୋଡ଼, ମୁହଁ ଖୋଲିଲେ ସଦସ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କ ନିଖୋଜ ଅଥବା ସେମାନଙ୍କୁ ଲୁଚାଇ ରଖିଥିବା ଘଟଣାଟି ନୂଆମୋଡ଼ ନେଇଛି। ତେବେ ସଦସ୍ୟ ମାନଙ୍କୁ ଲୁଚାଇ ରଖାଯାଇଥିବା ନେଇ ବିଜେପିର ଅଭିଯୋଗକୁ ନିଖୋଜ ସଦସ୍ୟମାନେ ଖଣ୍ଡନ କରିଛନ୍ତି। ଏଥିସହ ସେମାନେ କହିଛନ୍ତି ଯେ ସେମାନଙ୍କୁ କେହି ଅପହରଣ କରି ନାହାନ୍ତି, ବରଂ ସେମାନେ ନିଜ ଇଚ୍ଛାରେ ଭୁବନେଶ୍ୱର ଆସିଛନ୍ତି ।

ତେବେ ବିଜେପି ଯେଉଁ ଅଭିଯୋଗ ଆଣିଛି, ତାହା ସଂପୂର୍ଣ୍ଣ ଭିତ୍ତିହୀନ । ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନାଁରେ ବିଜେପି ଆଣିଥିବା ଅଭିଯୋଗ ମିଛ ବୋଲି ସେମାନେ କହିଛନ୍ତି । ଏପରିକି ସେମାନେ ବିଜେପିରୁ ଇସ୍ତଫା ଦେଇ ଗତ ମାର୍ଚ୍ଚ ମାସରେ ବିଜେଡିରେ ସାମିଲ ହୋଇଥିବା ସ୍ପଷ୍ଟ କରିଛନ୍ତି ।