ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ଆଜିଠୁ ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ଇଂ. ଚିତ୍ତରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଆଜି ବାରକୋଟ ବ୍ଲକ ବୁଟିଆଡ଼ିହ ଗ୍ରାମରେ ବାରକୋଟ ବ୍ଲକ ଜୋନ ୧ର ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରି ତୃଣମୂଳସ୍ତରରେ ସୁଦୃଢ଼ କରିବା ଲକ୍ଷ୍ୟର ଦଳ ପକ୍ଷରୁ କର୍ମୀଙ୍କୁ ସଚେତନ କରିବା ସହ ଦେବଗଡ଼ ବିଧାନସଭା କ୍ଷେତ୍ରରେ ବିଜେଡିକୁ କ୍ଷମତାସୀନ କରାଇବାକୁ ଉପସ୍ଥିତ ଦଳୀୟ କର୍ମୀ ଓ ଜନସାଧାରଣ ସଂକଳ୍ପ ନେଇଥିଲେ । ଏହି କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ପୂର୍ବତନ ବାରକୋଟ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି, ଏସଡିସିସି ବ୍ୟାଙ୍କ ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଗଙ୍ଗଦେବ, ତିଳେଇବଣି ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଭୁତି ଗଙ୍ଗଦେବ ଓ ରାଜକିଶୋର ଦାସଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।