ଆଦର ପୁନାବାଲା ଓ ତାଙ୍କ ପରିବାର ପାଇଁ ଜେଡ୍ ପ୍ଲସ୍ ସୁରକ୍ଷା ଦାବି, ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ

ମୁମ୍ବାଇ,ଏଜେନ୍ସି: ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାବାଲା ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ଜେଡ୍ ପ୍ଲସ ସୁରକ୍ଷା ଦାବି ହୋଇଛି। ଏନେଇ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ସିରମ ଇନଷ୍ଟିଚ୍ୟୁଟ ଭାରତରେ କୋଭିଡ ଭ୍ୟାକ୍ସିନ୍ କୋଭିସିଲ୍ଡର ନିର୍ମାଣ କରୁଛି। କୋଭିସିଲ୍ଡ ଟିକା ପାଇଁ କେତେକ ପ୍ରଭାବଶାଳୀ ଲୋକ ତାଙ୍କ ଉପରେ ଚାପ ପକାଇଥିଲେ। ପ୍ରାଣଭୟ ଥିବାରୁ ସେ ତାଙ୍କ ପରିବାର ସହିତ ଲଣ୍ଡନ ପଳାଇଥିବା ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ।

ପରେ ଗତ ୨୮ ଏପ୍ରିଲରୁ ତାଙ୍କୁ ସରକରାଙ୍କ ତରଫରୁ ୱାଇ ଶ୍ରେଣୀର ସୁରକ୍ଷା ଦିଆଯାଇଛି। ତେବେ ବର୍ତ୍ତମାନ ସେ କିଛି ସମୟ ଲଣ୍ଡନରେ ରହିବେ ବୋଲି କହିଛନ୍ତି।

ବର୍ତ୍ତମାନ ସେ ଭାରତକୁ ଫେରିବା ପାଇଁ ତାଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ପ୍ରଦାନ କରାଯାଉ ବୋଲି ବିରୋଧୀ ଦଳ ଦାବି କରିବା ସହିତ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିଛି।