ଟି-୧୦ ଲିଗ୍ : ମରାଠା ଆରବିଆନ୍ସ ପକ୍ଷରୁ ଖେଳିବେ ଯୁବରାଜ

ନୂଆଦିଲ୍ଲୀ,ଏଜେନ୍ସି : ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ଆବୁଧାବିରେ ଖେଳାଯିବାକୁ ଥିବା ଆସନ୍ତା ଟି-୧୦ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମରାଠା ଆରବିଆନ୍ସ ପକ୍ଷରୁ ଖେଳିବେ ବୋଲି ନିଶ୍ଚିତ କରିଛନ୍ତି। ଏହାକୁ ନେଇ ଯୁବରାଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି କି, ଏହି ଦଳ ପକ୍ଷରୁ ଏକ ନୂଆ ଟୁର୍ଣ୍ଣାମେଣ୍ଟରେ ଖେଳିବାରୁ ସୁଯୋଗ ପାଇଥିବାରୁ ବହୁତ ଖୁସି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଗ୍ଲୋବାଲ ଟି-୨୦ କ୍ରିକେଟରେ ଏହା ଯୁବରାଜଙ୍କର ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟ। ସେ ପ୍ରଥମେ କାନାଡାରେ ଅନୁଷ୍ଠିତ ଟି-୨୦ ଲିଗରେ ଅଂଶଗ୍ରହଣ କରିଥିଲେ। ଏହି ଟି-୧୦ ଲିଗ୍ ଆସନ୍ତା ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଯୁବରାଜ ଗତ ଜୁନ୍ ୧୦ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ଏହାପୂର୍ବରୁ ୩୦୪ଟି ଦିନିକିଆ, ୫୮ଟି ଟି-୨୦ ଓ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ।