କାଠଯୋଡ଼ିକୁ ଡେ଼ଇଁଲେ ଆଉ ଏକ ଯୁବକ : ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କଟକ : କଟକ ତ୍ରିଶୂଳିଆ ବ୍ରିଜ ଉପରୁ ଆଉ ଏକ ଯୁବକ କାଠଯୋଡ଼ି ନଦୀକୁ ଡେ଼ଇଁ ପଡ଼ି ନିଖୋଜ ହୋଇଥିବା ଜଣାପଡ଼ିଛି । ଓଡ଼୍ରାଫ ଏବଂ ଅଗ୍ନିଶମ ସଂସ୍ଥା ତାଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ଅଛନ୍ତି । ସେ ଭୁବନେଶ୍ୱର ଆସୁଥିଲା ବେଳେ ତାଙ୍କ ଗାଡ଼ି ଓ ମୋବାଇଲକୁ ବ୍ରିଜ ଉପରେ ରଖି ନଦୀକୁ ଡେଇଁପଡ଼ିଥିଲେ । ସମ୍ପୃକ୍ତ ଯୁବକଙ୍କ ନାମ ଦେବ ବ୍ରତ ମାଝୀ । ତାଙ୍କ ଘର ଭୁବନେଶ୍ୱରସ୍ଥ ପଟିଆ ନିକଟସ୍ଥ ଗାଢ଼କଣରେ । ସେ କିଛିଦିନ ହେବ ମାନସିକ ଚାପରେ ରହିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା ବୋଲି ସୂଚନା ମିଳିଛି ।