ଯୁବକଙ୍କୁ ପ୍ରତି ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ : ନାରାୟଣମୂର୍ତ୍ତୀ

ନୂଆଦିଲ୍ଲୀ: ଭାରତୀୟ ଯୁବକ ପ୍ରତି ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ । ପ୍ରତିଦିନ ହିସାବରେ କହିବାକୁ ଗଲେ ୧୦ ଘଣ୍ଟା କାମ କରିବାର ଆବଶ୍ୟକତା ରହିଛି । ଏସମ୍ପର୍କରେ ଇନଫୋସିସ୍ ସଂସ୍ଥାପକ ଏନଆର ନାରାୟଣମୂର୍ତ୍ତୀ ସୂଚନା ପ୍ରଦାନ କରିଛନ୍ତି । ନାରାୟଣମୂର୍ତ୍ତୀ ଏକଥା ପୋଡକାଷ୍ଟ କାର୍ଯ୍ୟକ୍ରମ ‘ଦି ରେକର୍ଡ’ରେ କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଓ ଜର୍ମାନୀର ଲୋକ ଅଧିକ ସମୟ ପର୍ଯ୍ୟନ୍ତ କାମ କରିଥିଲେ । ସେହିପରି ଭାରତୀୟ ଲୋକଙ୍କୁ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବାର ଆବଶ୍ୟକତା ରହିଛି ।

ନାରାୟଣମୂର୍ତ୍ତୀଙ୍କ ଏପରି ବୟାନ ପରେ ବ୍ୟବସାୟୀ ଜଗତରେ ଅନେକ ରାୟ ସାମ୍ନାକୁ ଆସିଛି । ଏହି ଆଲୋଚନା ସମୟରେ ସେ କାମର ଉତ୍ପାଦକତା ବଢ଼ାଇବା କଥା ମଧ୍ୟ କହିଛନ୍ତି । ଏହାସହ କାମରେ ବିଳମ୍ବ ନକରିବା ଉପରେ ମଧ୍ୟ ନାରାୟଣମୂର୍ତ୍ତର୍ୀ ଜୋର ଦେଇଛନ୍ତି ।