ୟୁଥ୍ ଅଫ୍ କନ୍ଧମାଳ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଫୁଲବାଣୀ,ଏନ୍ଏନ୍ଏସ୍: ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ଅଫ୍ କନ୍ଧମାଳ ପକ୍ଷରୁ ଫୁଲବାଣୀ ଅଞ୍ଚଳର ବହୁ ଗରିବ ଓ ଅସହାୟ ବୃଦ୍ଧ ଓ ବୃଦ୍ଧାମାନଙ୍କୁ କମ୍ବଳ ପ୍ରଦାନ କରାଯାଇଛି। ଫୁଲବାଣୀ ସମେତ ଖଜୁରିପଡ଼ା ଓ ଫିରିଙ୍ଗିଆର ଆଖପାଖ ଆଦିବାସୀ ଗ୍ରାମରେ ମଧ୍ୟ କମ୍ବଳ ବଣ୍ଟନ କରାଯାଇଛି। ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ସୌମ୍ୟଜିତ୍ ତ୍ରିପାଠୀ, ଶିବ ସୁନ୍ଦର ସାହୁ, ଗୌତମ ହଂସ, ବାଦଲ ବେହେରା ଓ ଅନ୍ୟମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ଏହି କମ୍ବଳ ବଣ୍ଟନ କରିଥିଲେ।