ହାତରେ ବାଣ ଫୁଟି ଯୁବକ ଗୁରୁତର

ଦେବଗଡ଼ ,ଏନଏନଏସ : ଦେବଗଡ଼ ପୌରାଞ୍ଚଳ ଗୁରୁତ୍ସାହୀ ଅଂଚଳରେ ବାଣ ଫୁଟାଉଥିବା ବେଳେ ଆଜି ସନ୍ଧ୍ୟା ରେ ଜଣେ ଯୁବକ ଗୁରୁତର ହୋଇ ବୁର୍ଲା ସ୍ଥାନାନ୍ତର ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାଇ ଗୁରୁତ୍ସାହୀ ଅଂଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିବା କୁଚିଣ୍ଡା ଅଂଚଳର ସିଦ୍ଧାନ୍ତ ଅଢା (୧୭)ନାମକ ଜଣେ ଯୁବକ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସାହିରେ ନିଜ ସାଙ୍ଗ ମାନଙ୍କ ସହ ବାଣ ଫୁଟାଉଥିବା ବେଳେ ଅସାବଧାନତା ବଶତଃ ବାଣ ଟି ସିଦ୍ଧାନ୍ତ ଙ୍କ ଡାହାଣ ହାତରେ ଧରିଥବା ବେଳେ ଫୁଟି ଯାଇଥିଲା ।

ଫଳରେ ସିଦ୍ଧାନ୍ତ ଙ୍କ ଡାହାଣ ହାତର ଦୁଇଟି ଆଙ୍ଗୁଠି ଛିଣ୍ଡିଯିବା ସହ ପାପୁଲି ଫାଟି ଯାଇଥିଲା । ଗୁରୁତର ଆହତ ସିଦ୍ଧାନ୍ତ କୁ ସାଙ୍ଗ ସାଥିମାନେ ଉଦ୍ଧର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ହେଁ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି ।