ଟିକ୍ ଟିକ୍ ଭିଡିଓ ହେଲା କାଳ: ବାଇକ୍ ଷ୍ଟଣ୍ଟ୍ ବେଳେ ଚାଲିଗଲା ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୈଷୟିକ ଜ୍ଞାନକୌଶଳ ଯେତିକି ଆଗଉଛି, ତା ଠାରୁ ଢ଼େର ଅଧିକ ଗୁଣରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ଚାଲିଛି। କିନ୍ତୁ ବିଡମ୍ବନାର ବିଷୟ, ସୋସିଆଲ ମିଡିଆର ନିଶା ଯୁବପୀଢ଼ୀଙ୍କୁ ମରଣ ମୁଖକୁ ଠେଲି ଦେଉଛି। ଟିକ୍ ଟିକ୍ ରେ ଭିଡିଓ କରିବା ସମୟରେ କିଭଳି ଧରଣର ଅଘଟଣ ଘଟିଛି, ତାହା ଆପଣ ନିଶ୍ଚିତ ଜାଣିଥିବେ । ଏପରିକି ଟିକ୍ ଟିକ୍ ଆପ୍ ରେ ଭିଡିଓ ସୁଟ୍ କରୁଥିବାବେଳେ ଅନେକ ମୃତାହତ ହୋଇଥିବା ଗଣମାଧ୍ୟରେ ପ୍ରକାଶ ପାଇଛି। ସେପରି ଏକ ଘଟଣା ପୁଣିଥରେ ପୁନରାବୃତ୍ତି ଘଟିଛି।

ସୂଚନା ଅନୁସାରେ କଟକ-ପାରାଦ୍ୱୀପ ରୋଡ୍ ନିକଟରେ ଜଣେ ଯୁବକ ବାଇକ୍ ଷ୍ଟଣ୍ଟ୍ ଦେଉଥିଲେ । ତାଙ୍କ ନିକଟରେ ଥିବା ଆଉ ଜଣେ ଏହାକୁ ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରୁଥିଲେ। ମାତ୍ର ଅସାବଧାନତା ଯୋଗୁଁ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ଆଡକୁ ମାଡିଯାଇଥିଲା। ସେହି ସମୟରେ ଅପରପଟୁ ଆସୁଥିବା ଏକ ଟାଟା ଏସି ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କିନ୍ତୁ ମୃତ୍ୟୁ ବେଳର ସେହି ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଯୁବକର ପରିୟ ମିଳିପାରି ନାହିଁ।

ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ଜଣେ ଯୁବକ ଛାତ ଉପରେ ଟିକ୍ ଟିକ୍ ଭିଡିଓ ପ୍ରସ୍ତୁତ କରୁଥିବା ସମୟରେ ଛାତରୁ ଖସି ପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ସେହିପରି ନିକଟ ଅତୀତରେ ଅନ୍ୟ ଜଣେ ଯୁବତୀ ଶ୍ରୀମନ୍ଦର ଭିତର ଟିକ୍ ଟକ୍ ରେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଥଲେ, ଯାହା ପର ମୁହୂର୍ତ୍ତରେ ଆଇନର ପରିସର ଭିତରକୁ ଆସିଥିଲା।