ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଜିଲ୍ଲା By Nitidin Last updated Jun 28, 2020 Share ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଗୋପବନ୍ଧୁ ପଡ଼ାରେ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ସିକାରାଡ଼ା ଗ୍ରାମର ଅବକାଶ ପରିଡ଼ା(୨୩) ଦୀର୍ଘଦିନ ହେଲା ସଇଁନ୍ତଳା ଗୋପବନ୍ଧୁ ପଡ଼ାରେ ଏକ ଭଡ଼ାଘରେ ରହି ଜିଓ କେୟାରରେ କାମ କରୁଥିଲେ। ନିକଟରେ ସେ ଗାଁକୁ ଯାଇଥିଲେ। ଗାଁରୁ ଫେରି ପୁଣି ସେ ଅଫିସ କାମରେ ଯୋଗଦେଇଥିଲେ। ହେଲେ କିଛିଦିନ ହେଲା ଘରକୁ ଫୋନ କରୁନଥିବାରୁ ପରିବାର ଲୋକେ ବାରମ୍ବାର ଫୋନ କରୁଥିଲେ । କୌଣସି ଉତ୍ତର ମିଳୁନଥିଲା। ଆଜି ସଇଁତଳାକୁ ଆସି ପୁଅର ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ନବରଙ୍ଗପୁରରେ ଜଣେ ଝିଅଙ୍କୁ ପ୍ରେମ କରୁଥିଲେ ଅବକାଶ। ପ୍ରେମିକାର ମୃତ୍ୟୁଖବର ପାଇ ସେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଯାଇଥିଲେ। ଏହାପରେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ସଇଁନ୍ତଳା ଥାନା ଅଧିକାରୀ ବାରିଣୀ ଦାସ ଓ ମାଜିଷ୍ଟ୍ରେଟ ଭାବରେ ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛନ୍ତି। saitala news Share