ପୁରୁଣା ଟିଭି ପଛରେ ଯୁବଗୋଷ୍ଠୀ

ପାଟଣା,ଏନ୍ଏନ୍ଏସ୍: ପୁରୁଣା ଟିଭି ଦେଲେ ଲକ୍ଷାଧିକ ଟଙ୍କା ମିଳିବ। ଏଭଳି ଗୁଜବର ବଶବର୍ତ୍ତୀ ହୋଇ ଲକ୍ଷାଧିକ ଟଙ୍କା ମିଳିବା ଆଶାରେ ପୁରୁଣା ଟିଭି ପଛରେ ଧାଇଁଛନ୍ତି ଯୁବଗୋଷ୍ଠୀ। କେନ୍ଦୁଝର ଜିଲ୍ଲାରେ ପାଟଣା ବ୍ଲକ ଅଞ୍ଚଳରେ ପୁରୁଣା ଟିଭିକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଯାହାଘରେ ପୁରୁଣା ଟିଭି ଅଛି ସେଥିରେ ଏକ ନାଲି ବଲ‌ବ ଅଛି ନା ନାହିଁ ଦେଖି ଆମକୁ ଜଣାଅ ବୋଲି କିଛି ଯୁବଗୋଷ୍ଠୀ କହୁଛନ୍ତି। ଆଉ ସେହି ନାଲି ବଲବ ଥିଲେ ଲକ୍ଷାଧିକ ଟଙ୍କା ଦେବୁ ବୋଲି କହୁଛନ୍ତି ଯୁବଗୋଷ୍ଠୀ।

ଏହି ପୁରୁଣା ଟିଭି ପଛରେ ହନୁମାନ ପଇସା ଭଳି ଏକ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି। ଯୁବଗୋଷ୍ଠୀଙ୍କ କହିବା ଅନୁସାରେ ପୁରୁଣା ଟିଭିରେ ଥିବା ନାଲି ବଲବରେ ତରଳ ପଦାର୍ଥ ରହିଛି, ଯାହା ବହୁତ ମୂଲ୍ୟବାନ। ସେହିପରି ଏହି ନାଲି ବଲବର ପ୍ରକୃତ କାମ କ’ଣ ତାହାର ସତ୍ୟାସତ୍ୟ ଜଣାପଡ଼ିନାହିିଁ। ତେଣୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହି ପୁରୁଣା ଟିଭି ପଛର ରହସ୍ୟର ପର୍ଦାଫାଶ କରିବା ସହ ଟଙ୍କା ପଛରେ ପଡିଥିବା ଯୁବଗୋଷ୍ଠୀଙ୍କୁ ଏହି ଅନ୍ଧକାରରୁ ମୁକୁଳାଇବା ପାଇଁ ଦାବି ହେଉଛି।