ନଦୀରେ ଭାସିଯାଇ ଯୁବକ ନିଖୋଜ

ନୟାଗଡ଼, ଏନଏନଏସ : ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ଅଘଟଣ । କୁସୁମୀ ନଦୀରେ ଭାସି ଗଲେ ଯୁବକ । ଯୁବକ ଜଣକ ହେଲେ ଖଣ୍ଡପଡା ୪ ନମ୍ବର ୱାର୍ଡ ର ୩୩ ବର୍ଷିୟ ସୁଧାଂଶୁ ଶେଖର ମହାପାତ୍ର ।

ସୂଚନା ଅନୁଯାୟୀ, ଶନିବାର ସୁଧାଂଶୁ ନିଜ ବନ୍ଧୁଙ୍କ ସହ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ସେ ପ୍ରଖର ସୋତ୍ରରେ ଭାସି ଯାଇଥିବା ଜଣା ପଡ଼ିଛି ।ତେବେ ଖବର ପାଇ ଖଣ୍ଡପଡା ଏବଂ ଭାପୁର ଦମକଳକେନ୍ଦ୍ରର କର୍ମଚାରୀ ମାନେ ଉଦ୍ଧାର କାର୍ୟ୍ୟରେ ଲାଗିଥିବା ବେଳେ ଏପର୍ୟ୍ୟନ୍ତ ନିଖୋଜ ଯୁବକ ଙ୍କ ପତା ମିଳି ପରି ନାହିଁ । ଲଘୁଚାପ ଜନୀତ ଲଗାଣ ବର୍ଷା ଯୋଗୁଁ ନଦୀରେ ଗଭୀର ପାଣି ସହ ପ୍ରଖର ସ୍ରୋତ ପ୍ରବାହିତ ହେଉ ଥିବାରୁ ଉଦ୍ଧାର କାର୍ୟ୍ୟ ଅଧାରୁ ବନ୍ଦ ହୋଇଛି ।