ପାଲଲହଡ଼ା : ବଡ଼ଭାଇର ମୃତଦେହ ଦେଖି ସାନ ଭାଇର ହୃଦଘାତରେ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ସିଡ଼ିଙ୍ଗ ଗାଁରେ ଘଟିଛି। ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କ୍ୟାନସରରେ ପିଡ଼ୀତ ବଡ଼ଭାଇର ଶୁକ୍ରବାର କଟକରେ ମୃତ୍ୟୁ ହୋଇଥିଲା। ବଡ଼ ଭାଇର ମୃତଦେହ ଦେଖିବା ପରେ ଘଟଣାସ୍ଥଳରେ ସାନଭାଇ ମୃତ୍ୟୁ ହୋଇଥିଲା। ପାଲଲହଡ଼ା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସାନଭାଇର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।