ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଜୁନାଡ଼ିହିର ଉମେଶ ସିଂଙ୍କ ପୁଅ ସନ୍ଦୀପ ସିଂ(୨୮) ବୋଲି ରେଳବାଇ ପୁଲିସ ସୂଚନା ଦେଇଛି। ସୂଚନାନୁଯାୟୀ, ସନ୍ଦୀପ ବୁଧବାର ରାତିରେ ଫାଟକ ପାରି ହେଉଥିବା ସମୟରେ ଟ୍ରେନ ଧକ୍କାରେ ପ୍ରାଣ ହରାଇଥିଲେ। ଆଜି ସକାଳେ ରେଳ ଧାରଣାରେ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରେଳବାଇ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ତେବେ ସନ୍ଦୀପ କେଉଁ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି ତାହା ଜଣାପଡ଼ି ନଥିବାବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।