ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢ଼େଙ୍କାନାଳ,ଏନ୍ଏନ୍ଏସ୍: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଏଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାଆନ୍ଦା ଗାଁର ବଡ଼ ବନ୍ଧ ପୋଖରୀରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କମାର ସାହିର ରୋହିତ ମହାରଣା। ସୂଚନା ଅନୁସାରେ ସେ ସବୁ ଦିନ ସେହି ପୋଖରୀକୁ ମାଛ ଧରିବାକୁ ଯାଆନ୍ତି।

ତେବେ ଆଜି ସକାଳେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବାର ଦେଖି ଗାଁ’ଲୋକ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏହାସହ ଅଧିକ ତଦନ୍ତ ଜାରି ରଖିଛି।