କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି, ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶ୍ରାନିକେତା ପଂଚାୟତ ଦଣ୍ଡିମାହା ଗ୍ରାମର ସଲମନ ପ୍ରଧାନଙ୍କ ପୁଅ ସୀମିତ ପ୍ରଧାନ(୨୨) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ସୁଚନା ମିଳିଛି।

ସୁଚନା ଅନୁଯାୟୀ, ଗତ ମଙ୍ଗଳବାର ଅପରାହ୍ନ ସମୟରେ ସୀମିତ କୀଟନାଶକ ପିଇ ଥିବା ଘରଲୋକେ ଜାଣିବା ପରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦାରିଙ୍ଗବାଡ଼ିରୁ ସୀମିତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା ତେବେ ସେଠାରେ ମଧ୍ୟ ଅବସ୍ଥା ଗୁରୁତର ରହିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ଅଧରକା ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା ।ତେବେ ଗୁରୁବାର ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁରରେ ତାଙ୍କର ମୃତ୍ୟ ଘଟିଥିଲା। ସନ୍ଧ୍ୟାରେ ଶବ ବ୍ରହ୍ମପୁରରୁ ଆସି ଦଣ୍ଡିମାହା ଗ୍ରାମରେ ପହଂଚିଥିଲା। ତାହାପରେ ଶବସତ୍କାର କରାଯାଇଥିଲା। କେଉଁ କାରଣରୁ କୀଟ ନାଶକ ପିଇଲା ତାହା ବର୍ତମାନ ସୁ୍ଦ୍ଧା ଜଣାପଡ଼ିନାହିିଁ ବୋଲି ସୂଚନା ମିଳିଛି।