ଭୁବନେଶ୍ୱରରେ ସର୍ବସମ୍ମୁଖରେ ଯୁବକକୁ ହାଣି ହତ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ହାଣି ହତ୍ୟା କରାଯାଇଛି। ଏଭଳି ଏକ ଘଟଣା ନୟାପଲ୍ଲୀ ଭିଆଇପି ଏରିଆରେ ଘଟିଛି। ଉକ୍ତ ଯୁବକର ବେକକୁ ୨ ଭାଇ  ଭୁଜାଲି ଓ ଫାର୍ସାରେ ହାଣିଛନ୍ତି। ପ୍ରାଣ ହରାଇଥିବା ଯୁବକ ଜଣକ ହେଲେ ଜଟିଆ। ଅଭିଯୁକ୍ତଦ୍ୱୟ ହେଲେ ସାଗର ଓ ସୁଧୀର।  ଘଟଣା ପୂର୍ବରୁ ୩ଜଣ ଯାକ ଗୋଟିଏ ଗାଡ଼ିରେ ବସିଥିଲେ। ଗାଡ଼ି ଭିତରେ ହିଁ ୨ ଭାଇ ଜଟିଆକୁ ହତ୍ୟା କରିଥିଲେ। ହତ୍ୟା ପରେ ୨ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସର ଜିମା ଦେଇଥିଲେ। ଜଟିଆ, ସାଗର ଓ ସୁଧୀର ଗାଡ଼ି କାରବାର କରୁଥିବା ସୂଚନା ମିଳିଛି। ଗାଡ଼ି କାରବାର କିମ୍ବା କିଛି ପୂର୍ବ ଶତ୍ରୁତାକୁ ନେଇ କେନ୍ଦ୍ର କରି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି।