ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ପ୍ରଧାନପଡ଼ା ଗ୍ରାମର ବିକାଶ ଦେହୁରୀଙ୍କୁ ନାବାଳିକା ଅପହରଣ ଓ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ପାଟଣା ପୁଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଯୁବକ ଜୈନିକ ନାବାଳିକାକୁ ଭଲ ପାଉଥିଲେ। ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଗତ ୨୦ ଡିସେମ୍ବର ଦିନ ନେଇ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଯୁବକ ବିକାଶ ଦେହୁରୀଙ୍କୁ ପ୍ରଧାନପଡା ଗ୍ରାମରୁ ଗିରଫ କରିଥିଲା।ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।