ଚାକିରି ନ ମିଳିବାରୁ ଯୁବକଙ୍କ ଆତ୍ମହତ୍ୟା

ସଇଁନ୍ତଳା, ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ବଡମାଳ ଫାଣ୍ଡି ରେଙ୍ଗାଲି ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ରେଙ୍ଗାଲି ଗ୍ରାମର ଅମିତ ସାହୁ (୨୭)। ବଡ଼ମାଲ ପାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି। ଯୁବକ ଜଣକ ବିଟେଗ ସିଭିଲ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ। ହେଲେ ତାଙ୍କୁ ସରକାରୀ ଚାକିରି ନ ମିଳିବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।