ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅଵସ୍ଥାରେ ଉଦ୍ଧାର ହେଲେ ଯୁବକ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,ଏନ୍ଏନ୍ଏସ୍: ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଳାପାଳି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଆହତ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଫିରିଙ୍ଗିଆ ମେଡିକାଲରେ ଭର୍ତି କରାଯାଇଛି।

ଆଜି ଭୋର ସକାଳୁ ଫୁଲବାଣୀ ମୁଖ୍ୟ ରାସ୍ତାର ଟେଳାପାଳି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଗାଁ ଲୋକ ଦେଖିବାକୁ ପାଇଥିଲେ। ଗାଁ ଲୋକ ଯୁବକ ଜଣକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଯୁବକଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବା ବେଳେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କଟାଯାଇଥିବା ଜଣାପଡୁଛି। ଯୁବକ ଜଣଙ୍କ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଖଣ୍ଡିକଟା ଗାଁ’ର ପ୍ରମୋଦ କହଁର। ଯୁବକ ଜଣଙ୍କ ଉକ୍ତ ସ୍ଥାନକୁ କେମିତି ଆସିଲେ ଏବଂ ତାଙ୍କ ତଣ୍ଟି କିଏ କାଟି ରାସ୍ତା କଡରେ ପକାଇ ଦେଇ ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ।