କରୋନା ଫେକ ଭିଡିଓ ଜାରି କରି ଜଣେ ଗିରଫ

ବଲାଂଗୀର,ଏନ୍ଏନ୍ଏସ୍ : କରୋନା ସଂକ୍ରାନ୍ତିୟ ଏକ ଫେକ ଭିଡିଓ ସୋସିଆଲ ମିଡିଆରେ ଜାରି କରି ବଲାଂଗୀରରେ ଜଣେ ଯୁବକ ଆଜି ଗିରଫ ହୋଇଛନ୍ତି । ଗିରଫ ଯୁବକ ହେଲେ ପ୍ରତାପସାଗର ପଡାର ଗୌରଚନ୍ଦ୍ର ପ୍ରଧାନଙ୍କ ପୁଅ ସନ୍ତୋଷ କୁମାର ପ୍ରଧାନ ।

ସୂଚନା ଅନୁଯାୟୀ, ସନ୍ତୋଷ ଆଜି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ଇଟାଲୀର ଜଣେ ବ୍ୟବସାୟୀ କୋବିଡ -୧୯ ରୋଗରେ ପରିବାରର ସମସ୍ତ ଲୋକଙ୍କୁ ହରାଇ ଶେଷରେ ନିଜ ହୋଟେଲରେ ଆତ୍ମହତ୍ୟା କରିଥିବା ଦେଖାଯାଇଛି । ଏହି ଭିଡିଓ ଦ୍ବାରା କରୋନା ସହିତ ଲଢେଇ ସମୟରେ ଲୋକେ ମାନସିକସ୍ତରରେ ପ୍ରଭାବିତ ହେବା ସମ୍ଭାବନା ରହିଛି ତଥା ବର୍ତ୍ତମାନ ସମୟରେ ଆଇନର ବିରୋଧାଚରଣ କରୁଛି ବୋଲି ପୁଲିସ କହିଛି । ସନ୍ତୋଷଙ୍କ ନାରେ ଟାଉନ ଥାନାରେ ଏକ ମାମଲା ରୁଜୁ କରି ଗିରଫ କରିଛି ।