କରୋନାକୁ ଛକା ମାରି ହରାଅ: ଆକ୍ରମ

ନୂଆଦିଲ୍ଲୀ,ଏଜେନ୍ସି: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର ଟ୍ୱିଟ୍ କରିବା ପରେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ୱାସିମ୍ ଆକ୍ରମ।

କରୋନାକୁ ତୁମେ ଛକା ମାରି ହରାଅ ବୋଲି ସଚିନଙ୍କ ଟ୍ୱିଟ୍ରେ ଲେଖିଛନ୍ତି ଆକ୍ରମ। ୧୬ ବର୍ଷ ବୟସରେ ପଦାର୍ପଣ କରିବା ସମୟରେ ଯେଉଁଭଳି ସାହସର ସହିତ ତୁମେ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ମୁକାବିଲା କରିଥିଲ, ସମାନ ସାହସର ସହ କରୋନାର ମୁକାବିଲା କରି ଛକା ମାରିବ ବୋଲି ମୁଁ ଆଶା କରୁଛି ବୋଲି ଆକ୍ରମ ଟ୍ୱିଟ୍ କରି କହିଛନ୍ତି।