ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପରିବାର ପିଛା ୧୧ଟଙ୍କା ଓ ଖଣ୍ଡେ ପଥର ମାଗିଲେ ଯୋଗୀ

ରାଞ୍ଚି,ଏନ୍ଏନ୍ଏସ୍: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ନିଜର ଏକ ବୟାନରେ ଝାଡ଼ଖଣ୍ଡର ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାମ ମନ୍ଦିର ନିର୍ମାଣ ପାଇଁ ପରିବାର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ଦେବାକୁ ଆହ୍ୱାନ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆୟୋଜିତ ସମାବେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇଥିଲେ।

ଏଠାରେ ସେ ବିଜେପି ପ୍ରାର୍ଥୀ ନଗେନ୍ଦ୍ର ମାହାତୋଙ୍କ ପାଇଁ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ଅଵସରରେ ଯୋଗୀ ଆଦିତ୍ୟ ନାଥ ୫୦୦ବର୍ଷ ପୁରୁଣା ରାମମନ୍ଦିର ବିବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଯୋଗୁଁ ସମାଧାନ କରାଯାଇପାରିଛି ବୋଲି କହିଥିଲେ। କିଛି ଦଳ ଏହି ବିବାଦ ସମାଧାନ ହେଉ ବୋଲି ଚାଁହୁନଥିଲେ ବୋଲି କହିବାରେ ତେବେ ଏହାକୁ ନେଇ ବିବାଦ ଦେଖାଦେଇଛି।
ଏଥିସହ ସେ କହିଥିଲେ ଯେ ଖୁବଶୀଘ୍ର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ, ଏ ନେଇ ପ୍ରତି ପରିବାରକୁ ୧୧ ଟଙ୍କା ସହ ଗୋଟିଏ ପଥର ଦେବା ଆବଶ୍ୟକ। ଏହି ଜନସଭାରେ ଯୋଗୀ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ମଧ୍ୟ ଟାର୍ଗେଟ କରିଥିଲେ। ଯୋଗୀ କହିଥିଲେ ଯେ ଗରିବ, ଯୁବ ବର୍ଗ ଓ ସମାଜର ଅନ୍ୟ ଲୋକଙ୍କ ସେବା କରିବା ଅପେକ୍ଷା କେବଳ ଶାସନ ଗାଦୀରେ ବସିବାକୁ ଏହି ତିନି ଦଳ ଚାଁହୁଛନ୍ତି।