ଯୋଗୀ ହେଲେ ବିଧାୟକ ଦଳର ନେତା

ନୂଆଦିଲ୍ଲୀ: ଯୋଗୀ ଆଦିତ୍ୟନାଥଙ୍କୁ ବିଜେପି ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି । ଆସନ୍ତାକାଲି ଯୋଗୀ ଲଖନଊର ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ବିଧାୟକ ଦଳର ନେତା ଭାବେ ଚୂଡ଼ାନ୍ତ ହେବା ପରେ ଯୋଗୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସମସ୍ତ ବଡ଼ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଯୋଗୀ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ପ୍ରଥମଥର ଜଣେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ କାରଣରୁ ଏପରି ହୋଇପାରିଛି । ୨୦୧୭ ପୂର୍ବରୁ ମୋ ପାଖରେ କୌଣସି ପ୍ରଶାସନିକ ଅନୁଭବ ନଥିଲା କି ଶାସନର କୌଣସି ଦାୟିତ୍ୱ ନିର୍ବାହ କରିନଥିଲି । ପାର୍ଟି ୨୦୧୭ରେ ମୋ ଉପରେ ବିଶ୍ୱାସ କରିଥିଲା । ମୁଁ ସୁଶାସନର ମନ୍ତ୍ର ମୋଦୀଙ୍କଠାରୁ ଶିଖିଛି ।