୬୦% କମିଲା ୟେସ୍ ବ୍ୟାଙ୍କ ଲାଭ

ନୂଆଦିଲ୍ଲୀ,ଏଜେନ୍ସି : ଘରୋଇ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଭାବେ ଏକଦା ୟେସ ବ୍ୟାଙ୍କ ଖୁବ ପ୍ରତିଷ୍ଠାଲାଭ କରିଥିବା ବେଳେ ଏହାର ଆର୍ଥିକ ସ୍ଥିତି ଏବେ ଅତ୍ୟନ୍ତ ଦୁର୍ବଳ ହେବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କର ଲାଭ ପରିମାଣରେ ୬୦ ପ୍ରତିଶତ ହ୍ରାସ ଘଟିଥିବା ଜଣାପଡ଼ିଛି।୨୦୧୯-୨୦ ଆର୍ଥିକ ବର୍ଷର ଏହି ସମୟରେ ବ୍ୟାଙ୍କର ଲାଭ ପରିମାଣ ୧୧୩.୭୬ କୋଟି ଟଙ୍କା ରହିଥିବା ବେଳେ ଚଳିତବର୍ଷ ଏହା ୪୫.୪୪ କୋଟି ଟଙ୍କାକୁ ଖସି ଆସିଛି। ସେହିପରି ସୁଧ ସୂତ୍ରରୁ ବ୍ୟାଙ୍କର ଆୟ ପରିମାଣ ଗତବର୍ଷ ୨୨୮୧ କୋଟି ଟଙ୍କା ରହିଥିଲା ବେଳେ ଚଳିତବର୍ଷ ଏହି ପରିମାଣ ୧୯୦୮ କୋଟି ଟଙ୍କାକୁ ହ୍ରାସ ପାଇଛି।ତେବେ ବ୍ୟାଙ୍କର ପରିଚାଳନାଗତ ଲାଭାଂଶ ବୃଦ୍ଧି ପାଇଥିବା ବେଳେ ଜମା ରାଶିରେ ମଧ୍ୟ ୧୧.୪ ପ୍ରତିଶତ ଅଭିବୃଦ୍ଧି ଘଟି ଏହି ପରିମାଣ ୧ ଲକ୍ଷ ୧୭ ହଜାର ୩୬୦ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି।