ପୁରୀ,ଏନ୍ଏନ୍ଏସ୍: ୟେସ୍ ବ୍ୟାଙ୍କରେ ଫଶି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଆଜି ଫେରିଛି। ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୯୭ କୋଟି ଟଙ୍କା ଆଜି ତାଙ୍କ ଏସବିଆଇ ଏକାଉଣ୍ଟକୁ ଫେରିଛି। ଇ-ଟ୍ରାନ୍ସଫର ଦ୍ୱାରା ଏହି ଟଙ୍କା ଶ୍ରୀମନ୍ଦିର ଏସ୍ବିଆଇ ଆକାଉଣ୍ଟକୁ ଫେରସ୍ତ ହୋଇଛି। ପ୍ରଥମ କିସ୍ତିର ୩୮୯ କୋଟି ଟଙ୍କା ଫେରିଲା ତେବେ ମ୍ୟାଚୁରିଟି ପୂରଣ ନ ହେବା ଯାଏ ବାକି ୧୫୬ କୋଟି ଫେରାଯିବ ନାହିଁ ବୋଲି କହିଛି ୟେସ ବ୍ୟାଙ୍କ।
ସୁଧକୁ ମିଶାଇ ସର୍ବମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହାଜର ୬୩୬ ଟଙ୍କା ଫେରିଛି ଶ୍ରୀମନ୍ଦିର ପ୍ରଶାସନ ନିକଟକୁ। ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପତ୍ର ଲେଖି ଜଣାଇଛନ୍ତି ୟେସ ବ୍ୟାଙ୍କ କର୍ତ୍ତୃପକ୍ଷ।