ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଗଣଶିକ୍ଷା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ୨ ଦିନିଆ ନବରଙ୍ଗପୁର ଗସ୍ତ କରିଛନ୍ତି । ଏହି ଅବସରରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶିକ୍ଷାର୍ଥୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଶ୍ରୀମତି ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଛନ୍ତି । ଗୁରୁବାର ରାଇଘର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଡାବୁଗାଁ ଓଏଭି ଓ ଉମରକୋଟର ବିବେକାନନ୍ଦ ୫ଟି ସ୍କୁଲ ଗସ୍ତ କରିଛନ୍ତି । ବୁଧବାର ଓଏଭି ନବରଙ୍ଗପୁର, ଓଏଭି କୋଷାଗୁମୁଡ଼ା, ସିରିଶି ଉଚ୍ଚ ବିଦ୍ୟାଳୟ ଓ ପାପଡ଼ାହାଣ୍ଡି ଗସ୍ତ କରିଥିଲେ । ଏହି ସମୟରେ ଶ୍ରୀମତି ଷଡ଼ଙ୍ଗୀଙ୍କ ସହ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ପିଏ ଆଇଟିଡିଏ ରାଜୀବ କୁମାର ସାହୁ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଏଡିଓ ବିଶ୍ୱନାଥ ସାହୁ, ସମଗ୍ର ଶିକ୍ଷା ପ୍ଲାନିଂ ସଂଯୋଜନ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।