ଭୁବନେଶ୍ୱର,ଏନ୍ଏନ୍ଏସ୍: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ଶୁଭାରମ୍ଭ ହୋଇଛି ୟାମାହା ମ୍ୟୁଜିକ୍ ଇଣ୍ଡିଆ ଏବଂ ୟାମାହା କର୍ପୋରେସନ୍ର ‘ୟାମାହା ମ୍ୟୁଜିକ୍ ସ୍କୋୟାର’। ଷ୍ଟୋରଟି ଅଧିକୃତ ଡ଼ିଲର ପାର୍ଟନର ଆକ୍ୱାର୍ଡ଼ ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ଼ ଆନୁକୂଲ୍ୟରେ ଖୋଲିଛି। ଏହାକୁ ଅତିଥି ଭାବେ ୟାମାହା ମ୍ୟୁଜିକ ଇଣ୍ଡିଆର ସେଲ୍ସ ୟୁନିଟ୍ ମୁଖ୍ୟ ତାକାଓ ସୁଜୁକି, ବାଣିଜ୍ୟିକ ମୁଖ୍ୟ ରୋହନ ସିଦ୍ଦିକି, ପ୍ରବନ୍ଧକ ୟୁତାରୁ ୱାଟାନାବେ, ଆଉଟଲେଟର ସ୍ୱତ୍ତ୍ୱାଧିକାରି ଅଭିଷେକ କୁମାର ଏବଂ ମଲ୍ର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ସାରା ଦେଶରେ କମ୍ପାନୀ ଉପସ୍ଥିତ ରହିଥିବା ବେଳେ ଏହା ଓଡ଼ିଶାର ପ୍ରଥମ ଏକ୍ସକ୍ଲୁସିଭ ରିଟେଲ ଆଉଟଲେଟ।
ଏଠାରେ ୟାମାହାର ବିସ୍ତୃତ ବର୍ଗର ମ୍ୟୁଜିକ୍ ଇନ୍ଷ୍ଟ୍ରୁମେଣ୍ଟ ଉପଲବ୍ଧ ହେବ। ଏହା ମଧ୍ୟରେ ପୋର୍ଟେବୁଲ କି ବୋର୍ଡ଼, ଡ଼ିଜିଟାଲ ୱାର୍କ ଷ୍ଟେସନ, ବିଭିନ୍ନ ବର୍ଗର ଗିଟାର, ଡ଼ିଜିଟାଲ ପିଆନୋ, ଆକୋଷ୍ଟିକ ପିଆନୋ, ସିନ୍ଥେସାଇଜର ଏବଂ ଆସେସୋରିଜ, ୱିଣ୍ଡ୍ ଇନ୍ଷ୍ଟ୍ରୁମେଣ୍ଟ, ପର୍କସନ ଓ ଡ଼୍ରମ ସାମିଲ ରହିଛି । ଏହା ସହ ବିଭିନ୍ନ ଅଡ଼ିଓ ଭିଜୁଆଲ୍ ସାଉଣ୍ଡ ବାର୍ ଯଥା ହେଡ଼୍ଫୋନ୍, ଇୟରଫୋନ୍, ପୋର୍ଟେବୁଲ ପିଏ ସିଷ୍ଟମ, ଡ଼ି ଆଡ଼ାରିଓ ଗିଟାର ଷ୍ଟ୍ରଙ୍ଗ, ସ୍ପେକ୍ଟ୍ରମ, ଗିଟାର ଷ୍ଟ୍ରାପ, ଗିଟାର କ୍ୟାପୋ, ଡ଼୍ରମ ଷ୍ଟିକ୍ ଭଳି ଅନ୍ୟ ଉତ୍ପାଦ ଏଠାରେ ଗ୍ରାହକ ପାଇପାରିବେ। ଏହା ୟାମାହାର ଏକ୍ସପେରିଏନ୍ସ ଜୋନ୍ ହୋଇଥିବା ବେଳେ ଗ୍ରାହକ ପ୍ରିମିୟମ୍ ଉତ୍ପାଦଗୁଡ଼ିକର ଟଚ୍ ଆଣ୍ଡ୍ ଫିଲ୍ ଲାଭ କରିପାରିବେ। ଏହି ଅବସରରେ ୟାମାହା ଡ଼ିଟିଏକ୍ସ ଡ଼୍ରମ ଆର୍ଟିଷ୍ଟ ଜୁଡ଼ ପିଟର, ୱାର୍କ ଷ୍ଟେସନ ସିରିଜର ଡ଼େମନଷ୍ଟ୍ରେଟର ଗ୍ଲେନ ଫର୍ଣ୍ଣାଣ୍ଡିଜ, ପିଆନୋର ଇନ୍ହାଉସ ପ୍ରଡ଼କ୍ଟ ସ୍ପେଶାଲିଷ୍ଟ ଦେବବ୍ରତ ଦେ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।