ଅଭିନେତା ଏଜାଜ ଖାନଙ୍କୁ ହାଜତକୁ ନେଲା ଏନସିବି

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଅଭିନେତା ଏଜାଜ ଖାନଙ୍କୁ ହାଜତକୁ ନେଇଛି। ଡ୍ରଗ୍ସ ମାମଲାରେ ପେଡଲର ଶାଦାବ ବାଟାଟାଙ୍କ ଗିରଫ ପରେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା। ଆଜି ଏଜାଜ ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ଏନସିବି ହାଜତକୁ ନେଇଥିଲା। ଏନସିବି ଟିମ୍ ଆଜି ମୁମ୍ବାଇର ଲୋଖଣ୍ଡୱାଲା, ଅଂଧେରୀ ସମେତ ଅନେକ ଜାଗାରେ ଛାପା ମାରିଥିଲା।

ସୂଚନାଯୋଗ୍ୟ, ଏନସିବି ମୁମ୍ବାଇର ସବୁଠୁ ବଡ଼ ଡ୍ରଗ୍ସ ମାଫିଆ ଫାରୁଖ ବାଟାଟା ଓ ତାଙ୍କ ପୁଅ ଶାଦାବ ବାଟାଟାଙ୍କୁ ନିକଟରେ ଗିରଫ କରି ତାଙ୍କଠୁ ପାଖାପାଖି ୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା।