ମିଶୋଲିନ୍ ଏନର୍ଜି ଏକ୍ସଏମ୍୨ ପ୍ଲସ୍ ଟାୟାରର ବଜାର ପ୍ରବେଶ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଅଗ୍ରଣୀ ଟାୟାର କମ୍ପାନୀ ମିଶୋଲିନ୍ ପକ୍ଷରୁ ଭାରତରେ ବ୍ୟାପକ ରୂପେ ସଫଳତା ହାସଲ କରିଥିବା ମିଶୋଲିନ୍ ଏନର୍ଜି ଏକ୍ସଏମ୍ ୨ ଟାୟାରକୁ ବଦଳାଇ ମିଶୋଲିନ୍ ଏନର୍ଜି ଏକ୍ସଏମ୍୨ ପ୍ଲସର ବଜାର ପ୍ରବେଶ କରାଯାଇଛି। ସୁରକ୍ଷିତ ଓ ଶେଷ ପର୍ଯ୍ୟନ୍ତ ଉନ୍ନତ ପ୍ରଦର୍ଶନ କରୁଥିବା ଟାୟାର ଖୋଜୁଥିବା ଯୁବ ଓ ନିୟମିତ ଯାତ୍ରୀଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ମିଶୋଲିନ୍ ଏନର୍ଜି ଏକ୍ସଏମ୍୨ ପ୍ଲସ୍ ଛୋଟ ଓ ମଧ୍ୟମ ଆକାରର ଯାତ୍ରୀ କାର୍ ପାଇଁ ଠିକ୍ ରୂପେ ଖାପ ଖାଇବ।

ଏହାର ପୂର୍ବବର୍ତ୍ତୀ ପିଢ଼ିର ୱେଟ୍ ବ୍ରେକିଂ ଠାରୁ ଭଲ ପ୍ରଦର୍ଶନ ଏବଂ ସୁରକ୍ଷିତ କରିବା ପାଇଁ ବିକଶିତ କରାଯାଇଥିବା ମିଶୋଲିନ୍ ଏନର୍ଜି ଏକ୍ସଏମ୍୨ ଉଭୟ ନୂଆ ଥିବାବେଳେ ଏବଂ ଏହାର ସମ୍ପୂର୍ଣ୍ଣ ଉପଯୋଗୀ କାର୍ଯ୍ୟକାଳ ମଧ୍ୟରେ ଚରମ ସୁରକ୍ଷା ପ୍ରଦାନ କରିଥାଏ। ଏ ସମ୍ବନ୍ଧରେ ମିଶୋଲିନ୍ ଇଣ୍ଡିଆର ଉପାଧ୍ୟକ୍ଷ ମୋହନ କୁମାର କହିଛନ୍ତି, ମିଶୋଲିନ୍ କାର୍ଯ୍ୟକଳାପ ଲମ୍ବା ସମୟ ପାଇଁ ଚାଲିବା ଉପରେ ଗୁରୁତ୍ୱାରୋପ କରିଥାଏ।

ଭାରତରେ କ୍ରମାଗତ ୮ ବର୍ଷ ପର୍ଯ୍ୟନ୍ତ ଏକ ଅଗ୍ରଣୀ ମାସ-ମାର୍କେଟ୍ ଥିବା ଏହାର ପୂର୍ବବର୍ତ୍ତୀ ମିଶୋଲିନ୍ ଏନର୍ଜି ଏକ୍ସଏମ୍୨ର ଉନ୍ନତି କରି ମିଶୋଲିନ୍ ଏକ୍ସଏମ୍୨ ପ୍ଲସ୍ ଦ୍ୱାରା ଦୈନନ୍ଦିନ ଯାତ୍ରା ସମୟରେ ମାନକ ବୃଦ୍ଧି କରୁଛୁ। ଯେତେ କିଲୋମିଟର ଚାଲିଲେ ହେଁ ଏହା ନିରାପଦ ଓ ଉଚ୍ଚ ପ୍ରଦର୍ଶନ ଦେଉଥିବା ଟାୟାର ଆମ ଗ୍ରାହକଙ୍କ ପାଇଁ ଆଣିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।