ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାଭିୟର ୟୁନିଭର୍ସିଟିର ଇଂଟରନ୍ୟାସନାଲ ସେଂଟର ଗୃହ ଉଦଘାଟନ ଗୁଣାତ୍ମକ ଶିକ୍ଷାପଦ୍ଧତିର ଉଦାହରଣ ହେଉଛି ଜାଭିୟର ଜିଲ୍ଲାରାଜ୍ୟ By Nitidin On Feb 5, 2020 Share ଜଟଣୀ,ଏନ୍ଏନ୍ଏସ୍ : ଜଟଣୀ ନିକଟସ୍ଥ ନିଜିଗଡ କୁରଖୀଠାରେଥିବା ଜାଭିୟର ୟୁନିଭର୍ସିଟି ଭୂବନେଶ୍ୱର, ସ୍ଥାୟୀ କ୍ୟାମ୍ପସରେ ଆଜି “ସ୍କୁଲ ଅଫ ଗଭରମେଂଟ ଆଣ୍ଡ ପବ୍ଲିକ ଆଫାୟରସ୍ ଆଣ୍ଡ ଇଂଟରନ୍ୟାସନାଲ ସେଂଟର’ କକ୍ଷ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ହୋଇଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀଭାବେ ଯୋଗଦେଇ ଏହି ନୁତନ ବିଲ୍ଡିଂକୁ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମଂଚାଧିନ ଅତିଥୀଭାବେ ଜାଭିୟର ୟୁନିଭର୍ସିଟିର ଭାଇସ ଚାନ୍ସଲେର ଫାଦର ଆଟୋଂନୀ ଆର ଉଭାରି ଯୋଗଦେଇ ସ୍ୱାଗତ ଭାଷଣ କରିଥିଲେ । ସେହିପରି ବୋର୍ଡ ଅଫ ଗଭର୍ନରସ୍ ଅଧ୍ୟକ୍ଷ ଫାଦର ଜର୍ଜ ଫର୍ଣ୍ଣାଣ୍ଡିସ ଓ ମୂଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମୂଖ୍ୟନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇଏଏସ୍ -ଆର ବାଳକ୍ରିର୍ଷ୍ଣ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ, ସାଂସଦ ଡଃ ଅମର ପଟ୍ଟନାୟକ, ଉଚ୍ଚଶିକ୍ଷାମନ୍ତ୍ରୀ(ଓଡିଶା ସରକାର) ଡଃ ଅରୁଣ କୁମାର ସାହୁ ପ୍ରମୁଖ ଜାଭିୟର ୟୁନିଭର୍ସିଟିର ଶିକ୍ଷା ପଦ୍ଧତି ଉପରେ ବିଭିନ୍ନ ସୁଚନା ପ୍ରଦାନ କରିଥିଲେ । ଏହି ଉଦଘାଟନି ଉତ୍ସବରେ ମୂଖ୍ୟଅତିଥୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ଉଦ୍ୟେଶ୍ୟରେ ଉତ୍ସର୍ଗିତ ଏହି ବିଶ୍ୱବିଦ୍ୟାଳୟଟି ବିଶ୍ୱ ସ୍ତରରେ ଶିକ୍ଷାର ମାନଦଣ୍ଡ ହେବ । ଏଥିପାଇଁ ବିଦ୍ୟାର୍ଥୀମାନେ ଉଦ୍ୟକ୍ତା ହେବା ଆବଶ୍ୟକ । ଗୁଣାତ୍ମକ ଉଚ୍ଚଶିକ୍ଷାର ଉଦାହରଣ ହେଉଛି ଏକ୍ସୟୁଭି । ଏହାର ଶିକ୍ଷାପଦ୍ଧତି ନିଶ୍ଚିତ ପ୍ରଶଂସନିୟ । ଛାତ୍ରଛାତ୍ରୀମାନେ ଦେଖିଥିବା ସ୍ୱପ୍ନ ଭବିଷ୍ୟତରେ ସଫଳ ରୁପାୟନ ଧାରଣ କରିବ ବୋଲି କହିଥିଲେ । ରାଜ୍ୟ ବଜେଟର ୧୪% ଉଚଶିକ୍ଷାପାଇଁ ବିନିଯୋଗ ହେଉଛି । ଦେଶରେ ଓଡିଶା ଉଚଶିକ୍ଷାକ୍ଷେତ୍ରରେ ଆଦର୍ଶ ରାଜ୍ୟରୁପେ ପରିଗଣିତ ହୋଇଛି । ଏହା ବ୍ୟତିତ ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ଉର୍ଦ୍ଦିଷ୍ଟ ମୋ ସରକାର ଓ ୫ ଟି ଯୋଜନା ଉପରେ ସ୍ୱଳ୍ପ ଆଲୋଚନା କରିଥିଲେ । ଉଦଘାଟନ ହୋଇଥିବା ଏହି ଇଂଟରନ୍ୟାସନାଲ ସେଂଟର ମାଧ୍ୟମରେ ବିଦେଶରୁ ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ । ଏହା ବ୍ୟତିତ ଅଧ୍ୟୟନ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ସେବା ଯୋଗାଉଥିବା ବେଳେ ଶିକ୍ଷା, ସଂସ୍କୃତି ଓ ପରିବେଶ ଭିତିକ ଶିକ୍ଷା ଏହି ବିଶ୍ୱବିଦ୍ୟାଳୟ ଆରମ୍ଭରୁ ଦେଇ ଆସୁଛି ବୋଲି ବିଶ୍ୱବିଦ୍ୟାଳୟର ଭାଇସଚାନ୍ସଲର ଫାଦର ଆଟୋଂନୀ ବକ୍ତବ୍ୟରେ କହିଥିଲେ । ଜାଭିୟର ୟୁନିଭର୍ସିଟି ଭାରତର ଏକମାତ୍ର ଆଧୁନିକରଣ ଓ ବୈଷୟୀକ ବିଶ୍ୱବିଦ୍ୟାଳୟ ଅଟେ । ଡିଜିଟାଲାଇଜେସନ ଓ ନିଜସ୍ୱ ବ୍ୟୟରେ ନିର୍ମିତ ଅଟେ । ଏହା ୨୦୧୪ ଜୁଲାଇ ୭ ତାରିଖରେ ଶୁଭାରମ୍ଭ ହୋଇଥିଲା । ଜାଭିୟର ୟୁନିଭର୍ସିଟିର ବିଶ୍ୱଶ୍ରେଣୀୟ ୧୩ ଶିକ୍ଷାହବ୍ ରହିଛି । ଏଥିରେ ହ୍ୟୁମ୍ୟାନ ରିସର୍ଚ ମ୍ୟାନେଜମେଂଟ, ସ୍କୁଲ ଅଫ ରୁରାଲ ମ୍ୟାନେଜମେଂଟ, ସ୍କୁଲ ଅଫ କମର୍ସ, ସ୍କୁଲ ଅଫ ହ୍ୟୁମ୍ୟାନ ସେଟଲମେଂଟ, ସ୍କୁଲ ଅଫ କମ୍ୟୁନିକେସନ, ସ୍କୁଲ ଅଫ ଇକୋନୋମିକ୍ସ, ସ୍କୁଲ ଅଫ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଂଜିନିୟରୀ, ଜାଭିୟର ଲ ସ୍କୁଲ ଏହିଭଳି ୧୫ ଟି ବିଭାଗକୁ ନେଇ ଜାଭିୟରର ଶିକ୍ଷାବ୍ୟବସ୍ଥାମାନ ରହିଛି । Share