ନୂଆଦିଲ୍ଲୀ: ଆର୍ମି କୁକୁର ‘ଜୁମ’ର ମୃତ୍ୟୁ ଘଟିଛି । ଶ୍ରୀନଗରର ଭେଟେରିନାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁମର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଜୁମଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିଲା କିନ୍ତୁ ହଠାତ୍ ଗ୍ୟାସ୍ ହେବା କାରଣରୁ ତା’ର ମୃତ୍ୟୁ ଘଟିଥିବା ନେଇ ସେନା ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ସୁରକ୍ଷାବଳ ୨ ଆତଙ୍କବାଦୀଙ୍କୁ ନିପାତ କରିଥିଲା । କିନ୍ତୁ ଏହି ସମୟରେ ଜୁମଙ୍କ ଶରୀରରେ ଆତଙ୍କବାଦୀଙ୍କ ୨ଟି ଗୁଳି ବାଜିଥିଲା । ଗୁଳି ଲାଗିବା ସତ୍ୱେ ଜୁମ୍ ବୀରତାର ସହ ଲଢ଼ିଥିଲା । ଏହାର ପରିଣାମସ୍ୱରୂପ ସେନା ପକ୍ଷରୁ ୨ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା । ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଖାଲି କରିବାର ଦାୟିତ୍ୱ ଜୁମକୁ ଦିଆଯାଇଥିଲା ।