ପାଟଣାଗଡ଼,ଏନ୍ଏନ୍ଏସ୍: ଗତକାଲି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦି ବାପୁଜି ବିଦ୍ୟାଳୟରେ ଛାତ୍ରୀଙ୍କୁ ଉଠ ବସ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଉକ୍ତ ଘଟଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ପାଟଣାଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସମ୍ପୃକ୍ତ ଭୂଗୋଳ ଶିକ୍ଷକ ବିକାଶ ଧରୁଆ ଓ ପ୍ରଧାନଶିକ୍ଷକଙ୍କୁ ଡାକି ଘଟଣା ସମ୍ପର୍କରେ ଅବଗତ ହୋଇଥିବା ନେଇ ସୂଚନା ମିଳିଛି ।