ଡବ୍ଲ୍ୟୁଟିସି ଫାଇନାଲ: ଭାରତକୁ ୪୪୪ ରନର ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି । ଆଜି ୪ର୍ଥ ଦିନରେ ଅଷ୍ଟ୍ରେଲୀୟ ଟିମ୍ ୮ ୱିକେଟ ହରାଇ ୨୭୦ ରନ୍ କରିବା ପରେ ପାଳି ଘୋଷିତ କରିଥିଲା । ଫଳରେ ଭାରତକୁ ଜିତିବା ପାଇଁ ୪୪୪ ରନର ଲକ୍ଷ୍ୟ ମିଳିଛି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍ ହାସଲ କରିଥିଲା । ଏହାର ଜବାବରେ ଭାରତ ୨୯୬ ରନରେ ଅଲ ଆଉଟ ହୋଇଯାଇଥିଲା । ଫଳରେ ଅଷ୍ଟ୍ରେଲିଆ ୧୭୩ ରନରେ ଆଗୁଆ ଥିଲା ।