ସୁରକ୍ଷା ଓ ପରିଷଦ ଓ ଏନଏସଜିରେ ଭାରତର ପ୍ରବେଶକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆତଙ୍କବାଦ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି) ଓ କ୍ୱାଡ ସମେତ ଅନେକ ପ୍ରସଙ୍ଗକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହି ସମୟରେ ଆମେରିକା ରାଷ୍ଟ୍ରପତି ସଂଯୁକ୍ତ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଓ ପରମାଣୁ ଯୋଗାଣ ସମୂହ (ଏନଏସଜି)ରେ ଭାରତକୁ ସାମିଲ କରିବାକୁ ନେଇ ନିଜ ଦେଶର ସମର୍ଥନ ଦୋହରାଇଥିଲେ। ଆମେରିକା ସମେତ ସୁରକ୍ଷା ପରିଷଦର ୪ ସ୍ଥାୟୀ ସଦସ୍ୟ ଭାରତକୁ ଏହି କ୍ଲବରେ ସାମିଲ କରିବା ପକ୍ଷରେ ରହିଛନ୍ତି। କିନ୍ତୁ ଚୀନ ଓ ପାକିସ୍ତାନ ସମେତ ତାଙ୍କ ସମର୍ଥନଯୁକ୍ତ ଦେଶ ଏହାକୁ ବିରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଆମେରିକା ଗୋଟିଏ ସ୍ୱରରେ ଆତଙ୍କବାଦକୁ ବିରୋଧ କରିଥିଲେ। ଏହି ସମୟରେ ମୁମ୍ବାଇ ଆକ୍ରମଣର ଦୋଷୀଙ୍କୁ କାଠଗୋଡ଼ାରେ ଆଣିବାକୁ ଆହ୍ୱାନ ଦେଇଥିଲେ।