ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଅଘଟଣ ଘଟିଥିବା ଜଣାପଡ଼ିଛି। ଭୁଲ ଔଷଧ ଖାଇ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଚାନ୍ଦବାଲି ବିରିଆଡ଼ିଆ ଗ୍ରାମର ଜଣେ ୧୧ବର୍ଷର ବାଳକ ଅସୁସ୍ଥ ହୋଇ ଏକ କ୍ଲିନିକରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଦେଖି ଔଷଧ ଲେଖିବା ପରେ ପରିବାର ଲୋକେ ନିକଟସ୍ଥ ମେଡ଼ିସିନ ଦୋକାନରୁ ଔଷଧ ଆଣିଥିଲେ। ତେବେ ସେହି ଔଷଧ ଖାଇବା ପରେ ନାବାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ବିଗିଡ଼ିଯାଇଥିଲା।
ପରେ ତାଙ୍କୁ ଭଦ୍ରକ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ନାବାଳକଟିର ମୃତ୍ୟୁ ହୋଇଥିଲା। ଏ ନେଇ ପରିବାର ଲୋକେ ଉକ୍ତ ମେଡ଼ିସିନ ଦୋକାନ ବିରୋଧରେ ଘଣ୍ଟେଶ୍ୱର ଥାନାରେ ଅଭିଯୋଗ କରିବା ସହ ଶବ ରଖି ଧାରଣା ଦେଇଛନ୍ତି। ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।