ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ପୁଣିଥରେ ରମଜାନର ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ଇଦ୍ ବେଳକୁ କରୋନା ଲଢ଼େଇକୁ ସମାପ୍ତ କରିବା ଲାଗି ରମଜାନ ମାସରେ ଖୁବ୍ ପ୍ରାର୍ଥନା କରିବା ପାଇଁ ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ଆହ୍ୱାନ ଦେଇଥିଲେ। ଏଥି ସହିତ ଏଥର ରମଜାନ ସ୍ୱୟମ୍, ସମ୍ବେଦନା ଓ ସେବା ଭାବନା ସହ ପାଳନ କରିବା ପାଇଁ ସମସ୍ତଙ୍କୁ କହିଥିଲେ। ରମଜାନ ପାଳିବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ଲକଡାଉନ ନିୟମକୁ ମଧ୍ୟ ପାଳନ କରିବାକୁ କହିଥିଲେ।