ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ

ଭୂବନେଶ୍ୱର,ଏନ୍ଏନ୍ଏସ୍:  ବିଶ୍ଵପ୍ରସିଦ୍ଧ ପୁରୀ ମନ୍ଦିର ସୁରକ୍ଷା, ସୈ।ନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ଆକୃଷ୍ଟ ପାଇଁ ପୁରୀ ସହରେ ଥିବା ଶ୍ରୀ ଜଗନ୍ନାଥଙ୍କ ଜମିକୁ ଜବରଦଖଲକାରୀଙ୍କଠାରୁ ଉଚ୍ଛେଦ କରାଯାଉଛି। ସେହିପରି ଗଙ୍ଗୁଆ କୂଳରେ ଥିବା ବାବା ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଉ। ଏହି ଦାବିରେ ଆଜି କେବଳ ଵାଵା ଲିଙ୍ଗରାଜଙ୍କ ମଙ୍ଗଳ ଆଳତିକୁ ଛାଡ଼ିଦେଲେ ସମସ୍ତ ନୀତି କାନ୍ତି ବନ୍ଦ ରହିଛି। ଏହି ସଵୁ ଘଟଣା ପାଇଁ ପ୍ରଶାସନକୁ ଦାୟୀ କଲେ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ। ଏହାକୁ ନେଇ ଭକ୍ତଙ୍କ ମନରେ ଘୋର ଆଘାତ ଲାଗିଛି। ଏପରି ଘଟଣାରେ ଭକ୍ତମାନେ ଅସନ୍ତୁଷ୍ଟ ଅଛନ୍ତି। 2 ଏକର 600 ଡିସିମିଲର 50 କୋଟି ଟଙ୍କାର ଲିଙ୍ଗରାଜଙ୍କ ଜମି ହଡ଼ପ କରାଯାଇଛି। ଏହି ହଡ଼ପରେ ମନ୍ଦିର ପ୍ରଶାସନ ଓ ସରକାର ମିଳିମିଶି ହଡ଼ପକାରୀଙ୍କୁ ସାହାଯ୍ୟ କରିଛନ୍ତି। ଉଭୟେ ଜାଣିଣୁଣି ଜମିଵାଵଦକୁ ଲାଗିଥିବା କେସକୁ ଦୁର୍ବଳ କରିଛନ୍ତି। ସେମାନେ ଏହି ହଡ଼ପରେ ସାମିଲ ହୋଇ ଜମି ଲୁଟ୍ କରିଛନ୍ତି ଵୋଲି ନିଯୋଗମାନେ ଅଭିଯୋଗ କରିଛନ୍ତି।