ବିଶ୍ୱବ୍ୟାପୀ ଗଲାଣି ୩ ଲକ୍ଷ ୩ ହଜାର ଜୀବନ, ୪୫ ଲକ୍ଷ ୨୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱରେ କରୋନା ମହାରମାରୀରେ ଗଲାଣି ୩ ଲକ୍ଷ ୩ ହଜାର ଲୋକଙ୍କର ଜୀବନ। ଶୁକ୍ରବାର ସକାଳ ସୁଦ୍ଧା ସମଗ୍ର ବିଶ୍ୱରେ ୪୫ ଲକ୍ଷ ୨୦ ହଜାର ୭୦୧ ଜଣ ଲୋକ ଭାଇରସରେ ଆକ୍ରାନ୍ତ ଅଛନ୍ତି । ସେଥିରୁ ୧୭ ଲକ୍ଷ ୧ ହଜାର ୯୮୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଆହୁରି ୨୫ ଲକ୍ଷ ୧୫ ହଜାର ୬୫୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସକ୍ରିୟଙ୍କ ମଧ୍ୟରୁ ୪୫ ହଜାର ୫୬୬ଙ୍କ ଅବସ୍ଥା ଗରୁତର ଅଛି।

କରୋନା ଭାଇରସ ଆମେରିକାରେ ସବୁଠାରୁ ଅଧିକ ତାଣ୍ଡବ ରଚିଛି। ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ୧୪ ଲକ୍ଷ ୫୬ ହଜାର ୨୭୨ ଜଣ ଆକ୍ରାନ୍ତ ଅଛନ୍ତି। ଏଥିରୁ ୮୬ ହଜାର ୮୯୫ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆହୁରି ୩ ଲକ୍ଷ ୧୭ ହଜାର ୮୬୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୧୦ ଲକ୍ଷ ୫୧ ହଜାର ୫୧୬ ଜଣ ଚିକିତ୍ସାଧୀନ। ଆମେରିକାରେ ୧୬ ହଜାର ୨୪୦ ଜଣ ଗୁରୁତର ଅଛନ୍ତି।