ପୁରୀରେ ବିଶ୍ୱ ପର୍ଯ୍ୟଟନ ଦିବସ ଆଡ଼ମ୍ବରରେ ପାଳନ

ପୁରୀ,ଏନ୍ଏନ୍ଏସ୍: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯଟକମାନଙ୍କ ସୁରକ୍ଷା ସହ ସେମାନଙ୍କୁ ଯେଭଳି କୌଣସି  ଅସୁବିଧା ନହେବ ସେ ନେଇ ଗୁରୁତ୍ୱାରୋପ କରାଯାଇଛି। ଏକ ନିଆରା ଢ଼ଙ୍ଗରେ ବାଜା ଓ ନୃତ୍ୟ ଦ୍ୱାରା ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ମାନଙ୍କୁ ଗୋଲାପ ଫୁଲ ଦିଆଯାଇ ସ୍ୱାଗତ କରାଯାଇଛି। ଏହି ଅବସରରେ ଘୋଡ଼ା ନାଚ ଓ ପାଲା ଗାଇ ଲୋକମାନଙ୍କୁ ସ୍ୱାଗତ କରାଯାଇଛି। ୧୯୭୦ ମସିହାରୁ ସେପ୍ଟେମ୍ବର ୨୭କୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଉଛି।