ବିଶ୍ୱ ଅହିଂସା ଦିବସ ଓ ଶାସ୍ତ୍ରିଜୀ ଜୟନ୍ତୀ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଜିଲ୍ଲା ସର୍ବୋଦୟ ମଣ୍ଡଳ ତରଫରୁ ଅହିଂସାର ପରମ ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଶାନ୍ତି ଦୂତ ଲାଲବାହାଦୂର ଶାସ୍ତ୍ରୀଜୀଙ୍କ ପୁଣ୍ୟ ଜନ୍ମତିଥୀ ପାଳିତ ହୋଇଯାଇଛି । ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ହୃଷିକେଶ ଜାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ସଭା ଆଲୋଚନା ଚକ୍ର ଏବଂ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ବିଜୟ କୁମାର ବାବୁ ମୁଖ୍ୟଅତିଥି, ସର୍ବ ସେବା ସଂଘ ପ୍ରତିନିଧିର ଗୌରାଙ୍ଗ ଚରଣ ରାଉତ ମୁଖ୍ୟବକ୍ତା ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶ ଜଗନ୍ନାଥ ନୁଣ୍ଡୃକା ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସୁଶ୍ରୀ ଗୌରୀ ଦେବୀ ସାହୁ, ଚିନ୍ମୟ ବାଗ, ଆଦିତ୍ୟ ଗୌଡ଼ ଓ ମହନଲାଲା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଚିନ୍ମୟ ବାଗ୍‌, ସିମ୍ରନ ସାହୁ ଓ ସିପ୍ରାରାଣୀ ପାଣିଗ୍ରାହୀଙ୍କୁ ପୁରସ୍କତ କରାଯାଇଥିଲା । ଅଧ୍ୟାପକ ଅମିତ କୁମାର ମହାନ୍ତି ମଞ୍ଚ ପରିଚାଳନା, ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ ।