ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ମୁଖ୍ୟ ଟେଡ୍ରୋସ ଅଦନୋମ ଘେବ୍ରେୟସସ ସମଗ୍ର ବିଶ୍ୱକୁ ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି । ଏହା କରୋନାଠୁ ବି ଅଧିକ ଘାତକ ହୋଇପାରେ । ସମଗ୍ର ବିଶ୍ୱରେ ଏବେ କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ରହିଛି ।
ଟେଡ୍ରୋସ କହିଛନ୍ତି ଯେ, ବୈଶ୍ୱିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଅନୁସାରେ କରୋନାର ଅନ୍ତ ଘଟିଥିଲେ ହେଁ ବୈଶ୍ୱିକ ସ୍ୱାସ୍ଥ୍ୟ ବିପଦ ରୂପେ କରୋନାର ଅନ୍ତ ଘଟିନାହିଁ ।
ଡବ୍ଲ୍ୟୁଏଚଓ ମୁଖ୍ୟ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ନିଜ ରିପୋର୍ଟ ଦାଖଲ କରି ଏହା କହିଛନ୍ତି । ଟେଡ୍ରୋସ କହିଛନ୍ତି ଯେ, ଆଗାମୀ ଭାଇରସ ଅନେକ ଲୋକଙ୍କୁ ସଂକ୍ରମିତ କରିବ । ଯେତେବେଳେ ଆଗାମୀ ମହାମାରୀ ଆସିବ ଆମକୁ ନିର୍ଣ୍ଣାୟକ ଓ ସାମୂହିକ ରୂପେ ଏହାସହ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।