ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଳିତ ଭାବେ ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସକୁ ନେଇ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ସଂଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ମଞ୍ଚାସିନ ହୋଇଥିଲେ । ଅନ୍ୟାନ୍ୟ ଅତିଥିରୂପେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତ, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା. ମଳୟ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କାହ୍ନୁଚରଣ ପାତ୍ର, ଡା. ନବ କିଶୋର ବେହେରା, ସଭାପତି ଜିଲ୍ଲା ଆଇନଜୀବୀ ସଂଘ, ନବରଙ୍ଗପୁର ନୃସିଂଘନାଥ ତ୍ରିପାଠୀ ଓ ଆଇନଜୀବୀ କିଶୋରୀ ପଟ୍ଟନାୟକ ପ୍ରମୁଖ ଭାଗ ନେଇଥିଲେ । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମଳୟ କୁମାର ତ୍ରିପାଠୀ ସଭାର ଆରମ୍ଭ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଉପସ୍ଥିତ ଅତିଥିମାନେ ବିଭିନ୍ନ ଆଇନ ବିଷୟ ନେଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁର ମିଳିତ ଭାବେ ପରିଚାଳନା କରାଯାଇଥିଲା । ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା କାର୍ଯ୍ୟକାରୀ ସଞ୍ଚାଳକ ସୁଶାନ୍ତ ପ୍ରହରାଜ ଧନ୍ୟବାଦ ଦେଇଥିଲେ ।