ମ୍ୟାଲେରିଆ ହ୍ରାସରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମ୍ୟାଲେରିଆ ହ୍ରାସରେ ଓଡ଼ିଶା ଜାତୀୟହାରଠାରୁ ଆଗରେ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ନିକଟରେ ବିଶ୍ୱ ମ୍ୟାଲେରିଆ ରିପୋର୍ଟ (ଡବ୍ଲ୍ୟୁଏମ୍ଆର୍) ୨୦୨୦ ପ୍ରକାଶ ପାଇଥିବାବେଳେ ମ୍ୟାଲେରିଆ ଭାର ହ୍ରାସ କରିବାରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ୨୦୧୮ ତୁଳନାରେ ଏହା ୨୦୧୯ରେ ଏହା ୧୭.୬% ହ୍ରାସ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ବାର୍ଷିକ ପରଜୀବୀ ରୋଗ (ଏପିଆଇ) ୨୦୧୭ ତୁଳନାରେ ୨୭.୬% ଏବଂ ୨୦୧୮ ତୁଳନାରେ ୨୦୧୯ରେ ୧୮.୪% ହ୍ରାସ ପାଇଛି। ୨୦୧୨ ଠାରୁ ଦେଶ ଏପିଆଇ କମ୍ ରଖିବାରେ ସକ୍ଷମ ହୋଇଛି।
ଅନ୍ୟପକ୍ଷରେ ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ମାମଲା ହ୍ରାସ ଦିଗରେ ଓଡିଶା ସର୍ବୋଚ୍ଚ ଏଣ୍ଡେମିକ୍ ରାଜ୍ୟ ମଧ୍ୟରୁ ଅନ୍ୟତମ। ୨୦୧୭ ତୁଳନାରେ ୨୦୧୮ରେ ସର୍ବୋଚ୍ଚ ମାମଲା ହ୍ରାସ (୮୧%) ପରିଲକ୍ଷିତ ହୋଇଥିଲା। ୨୦୧୯ରେ ରାଜ୍ୟରେ ମୋଟ ୩୯୫୫୬ ଟି ମାମଲା ରେକର୍ଡ କରାଯାଇଥିଲା, ଯାହା ୨୦୧୮ ତୁଳନାରେ ୪୦.୩୯% ହ୍ରାସ ପାଇଥିଲା। ସେହିପରି ୨୦୧୭ ତୁଳନାରେ, ୨୦୧୮ରେ ରାଜ୍ୟରେ ମ୍ୟାଲେରିଆ ମୃତ୍ୟୁରେ ୮୭% ହ୍ରାସ ଘଟିଛି। ସେହି ଅନୁଯାୟୀ, ରାଜ୍ୟ ଏପିଆଇରେ ୨୦୧୯ ରେ ୦.୮୮ କୁ ଖସି ଆସିଛି, ଯାହା ୨୦୧୮ ରେ ୧.୪୮, ୨୦୧୭ ରେ ୭.୭୬ ଏବଂ ୨୦୧୬ରେ ୧୦.୦୬ ରହିଥିଲା। ଯାହା ଗତ କିଛି ଦଶନ୍ଧି ମଧ୍ୟରେ ରାଜ୍ୟରେ ସର୍ବଦା କମ୍। ଦେଶରେ ମଧ୍ୟ ୨୦୧୬ ମସିହାରୁ ଏହି ମାମଲାରେ ସର୍ବାଧିକ ହ୍ରାସ ଘଟିଛି। ସର୍ବାଧିକ ୪୪୪୮୪୨ ମ୍ୟାଲେରିଆ ମାମଲା ରେକର୍ଡ କରି ୨୦୧୬ ରେ ଜାତୀୟ ମ୍ୟାଲେରିଆ ଭାର ୪୧% ଯୋଗଦାନ ଦେଇଛି। ମ୍ୟାଲେରିଆ କାରଣରୁ ମୃତ୍ୟୁ ୨୦୧୬ରେ ୭୭ ଥିବାବେଳେ ୨୦୧୭ ମସିହାରେରେ ୨୪କୁ ହ୍ରାସ ପାଇଥିଲା। ୨୦୧୮ରେ ଶକ୍ତିଶାଳୀ ନିୟନ୍ତ୍ରଣ ହସ୍ତକ୍ଷେପ ଏବଂ ନିରନ୍ତର ପ୍ରୟାସ ଦ୍ୱାରା ରାଜ୍ୟରେ ୮୧% ହ୍ରାସ ହୋଇଥିବା ବେଳେ ମୃତ୍ୟୁ କ୍ଷେତ୍ରରେ ୮୭% ହ୍ରାସ ଘଟିଥିଲା।

ଗତ ଚାରି ବର୍ଷ ମଧ୍ୟରେ ମ୍ୟାଲେରିଆ ମାମଲାରେ ରାଜ୍ୟର ଶତ ପ୍ରତିଶତ ଅବଦାନରେ ଯଥେଷ୍ଟ ପରିବର୍ତ୍ତନ ଆସିଥିଲା। ଯାହାକି ୨୦୧୭ରେ ୪୧% ରହିଥିବା ବେଳେ ୨୦୧୮ରେ ୧୫% କୁ ହ୍ରାସ ପାଇଥିଲା। ମାତ୍ର ୨୦୧୯ ରେ ୧୧% କୁ ହ୍ରାସ ପାଇଛି। ଯାହା ଜାତୀୟ ମ୍ୟାଲେରିଆ ଭାରକୁ ପରିମାପ ପରିମାଣରେ ହ୍ରାସ କରିବାରେ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଯଦି ଆମେ ଗତ ଦୁଇ ଦଶନ୍ଧିର ମ୍ୟାଲେରିଆ ପରିସ୍ଥିତିକୁ ବିଶ୍ଳେଷଣ କରୁ, ତେବେ ୨୦୦୦ ମସିହାର ତୁଳନାରେ ଓଡିଶା ୮୫% ହ୍ରାସ ଏବଂ ମ୍ୟାଲେରିଆ ମୃତ୍ୟୁରେ ୯୮% ହ୍ରାସ ହାସଲ କରିଛି। ୨୦୦୦ମସିହାରେ ୪୫୩ ମ୍ୟାଲେରିଆ ମୃତ୍ୟୁ ହୋଇଥିବା ବେଳେ ୨୦୧୯ ରେ ମାତ୍ର ୯ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ୨୦୩୦ ସୁଦ୍ଧା ମ୍ୟାଲେରିଆ ବିଲୋପ କରିବାକୁ ଲକ୍ଷ୍ୟ ରହିଛି। ଜିଲ୍ଲା ସ୍ତରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ୨୦୧୬ ରେ ୩୦ ଟି ଜିଲ୍ଲା ମଧ୍ୟରୁ ୧୩ ଟି ଜିଲ୍ଲା ଚିହ୍ନଟ ହୋଇଥିବା ବେଳେ ୨୦୧୯ରେ କେବଳ ମାଲକାନଗିରିର ରିପୋର୍ଟ ୧୨.୩୯ ରହିଥିଲା। ଅବଶିଷ୍ଟ ୨୯ଟି ଜିଲ୍ଲରେ ବାର୍ଷିକ ହାରରେ ୭% ତଳକୁ ରହିଥିବା ବେଳେ ୨୧ଟି ଜିଲ୍ଲାରେ ଏହି ହାର ୧% ତଳକୁ ରହିଛି।
ରାଜ୍ୟରେ ମ୍ୟାଲେରିଆ ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୧୭ରେ ୧୭ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ୧କୋଟି ୧୩ଲକ୍ଷ ଏଲଏଲଆଇଏନ୍ ମସାରୀ ବଣ୍ଟନ କରାଯାଇଥିଲା। ଯାହା ସଫଳତା ଆଣିବାରେ ବେଶ ସହାୟକ ହୋଇଥିଲା।

ରାଜ୍ୟ ସରକାର ଅଭିନବ ପ୍ରୟାସ ଆରମ୍ଭ କରିଥିବା ବେଳେ ସେଥିରୁ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଡ୍ରାଇଭ୍ ଆରମ୍ଭ କରିଥିଲେ। ଗତ ଚାରି ବର୍ଷ ମଧ୍ୟରେ ପ୍ରାୟ ୧୨ ଲକ୍ଷ ଜନସଂଖ୍ୟାକୁ ନେଇ ପ୍ରାୟ ୬୦୦୦ ଗ୍ରାମ ତଥା ବସ୍ତିରେ ମ୍ୟାଲେରିଆ ସମସ୍ୟାର ସମାଧାନ ଘଟିଛି। ଯାହାଫଳରେ ଆଜି ଓଡିଶାରେ ମ୍ୟାଲେରିଆ ମାନଚିତ୍ର ହ୍ରାସ ପାଇଛି। ତେବେ, ୨୦୨୦ ଆରମ୍ଭରୁ ରାଜ୍ୟରେ ମ୍ୟାଲେରିଆର ବୃଦ୍ଧି ଧାରାକୁ ଦେଖିବା ଏକ ଚିନ୍ତାର ବିଷୟ ଥିଲା। କୋଭିଡ ୧୯ ମହାମାରୀର ପ୍ରଭାବ ହେତୁ ଜୁଲାଇ, ୨୦୨୦ ପର୍ଯ୍ୟନ୍ତ ଏହି ମାମଲା ବୃଦ୍ଧି ପାଇଲା। ତେବେ ମାଲକାନଗିରି, ରାୟାଗଡା ଏବଂ କୋରାପୁଟରେ ଜୁନ୍ ଶେଷ ସୁଦ୍ଧା ମସାରୀ ବଣ୍ଟନ ଯୋଗୁଁ ରାଜ୍ୟରେ ପୂର୍ବ ମାସ ତୁଳନାରେ ଉକ୍ତ ଜିଲ୍ଲାଗୁଡ଼ିକ ସେମାନଙ୍କ ମ୍ୟାଲେରିଆ ରୋଗର ୭୦% ହ୍ରାସ ପାଇଛି। ଯାହା ରାଜ୍ୟର ମ୍ୟାଲେରିଆ ଭାରକୁ ମଧ୍ୟ ହ୍ରାସ କରୁଛି। ରାଜ୍ୟ ସରକାର ମେଲେରିଆ ରୋକିବାରେ ସଫଳ ହେବା ସହ ୨୦୩୦ ସୁଦ୍ଧା ମ୍ୟାଲେରିଆ ବିଲୋପ ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।