ବରଗଡ଼,ଏନ୍ଏନ୍ଏସ୍: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଡିସେମ୍ବର ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏ ନେଇ ପ୍ରସ୍ତୁତି ଶେଷ ହେବାକୁ ଯାଉଛି।
କଂସର ରାଜଧାନୀ ମଥୁରା ହୋଇଥିବାରୁ ବରଗଡ଼କୁ ୧୧ଦିନ ପାଇଁ ମଥୁରା ଭାବେ ସଜ୍ଜିତ କରାଯାଇଛି। ଏ ନେଇ ୧୨୦ଫୁଟ ଉଚ୍ଚ ଓ ୭୦ଫୁଟ ଚୌଡା ବିଶିଷ୍ଟ ଦରବାର ପ୍ରସ୍ତୁତ ହୋଇଛି। ଯେଉଁଠାରେ କଂସ ୭ଦିନ ଧରି ରାଜ୍ୟ ସଂଞ୍ଚାଳନ କରିବେ।
ସେହିପରି ଅମ୍ବାପଲ୍ଲୀକୁ ଗୋପପୁର ଭାବେ ସଜ୍ଜା ଯାଇଛି ଯାହାକି କୃଷ୍ଣଙ୍କ ପିଲାଦିନ ହେବ। ଏହାପରେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରଙ୍ଗମହଲର ଆୟୋଜନ କରାଯାଇଛି। ତେବେ ରାଜା କଂସର ଭଉଣୀ ସହ ଯେଉଁଦିନ ବାସୁଦେବଙ୍କ ବିବାହ ଅନୁଷ୍ଠିତ ହେବ ସେ ଦିନ ଠାରୁ ନାଟକ ପ୍ରଦର୍ଶନ କରାଯିବ। ଏବଂ କଂସ ବଦ୍ଧ ପରେ ଏହି ନାଟକ ଶେଷ ହେବ ବୋଲି ଜଣାପଡ଼ିଛି।
ଏହି ଅବସରରେ ପ୍ରତିବର୍ଷ ୨ଟି ହାତୀ ଶେଭା ବର୍ଦ୍ଧିତ କରୁଥିବା ବେଳେ ଚଳିତ ବର୍ଷ ଏଠାରେ ଗୋଟିଏ ହାତୀକୁ ଦେଖିବାକୁ ମିଳିବ। ଏ ନେଇ ଆସାମରୁ ଏକ ପ୍ରଶିକ୍ଷୀତ ହାତୀକୁ ଅଣାଯାଇଛି। ଯାହା ଉପରେ କେବଳ ରାଜା କଂସ ବସିବେ। ସେହିପରି ସୌନ ଓ ମନ୍ତ୍ରୀଙ୍କ ପାଇଁ ଘୋଡା ଓ ଓଟର ବ୍ୟବସ୍ଥା ହୋଇଛି।
ଏହି ନାଟକ ପାଇଁ କଳାକାର ମାନେ ଏକମାସ ହେବ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏବଂ ନାଟକର ନିର୍ଦ୍ଦେଶକ ପଞ୍ଚାନନ ବିରାଟିଆ ଏହି ନାଟକ ପ୍ରସ୍ତୁତରେ ଖୁସି ଥିବା କହିଛନ୍ତି।
ସେହିପରି ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ କହିବା ଅନୁସାରେ ଏହି ଧନୁଯାତ୍ରାର ପ୍ରସ୍ତୁତ ପାଖାପାଖି ଶେଷ ହୋଇଆସିଲାଣି। ଏଥିସହ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି।
ତେବେ ଏହି ମହୋତ୍ସବଟି ୧୯୪୭ ମସିହାରୁ ବରଗଡ଼ ଠାରେ ଆୟୋଜିତ ହୋଇଆସୁଛି ଏବଂ ଚଳିତ ବର୍ଷ ଏହି ମହୋତ୍ସବରେ ୧୨୦ ସାଂସ୍କୃତିକ ମଣ୍ଡଳିର ପ୍ରତିନିଧିତ୍ୱ କରୁଥିବା ୩୦୦୦ କଳାକାର ଏଥିରେ ଭାଗ ନେଇଥିବା ଜଣାଯାଇଛି।