ନବରଙ୍ଗପୁର,ଏନ୍ଏନ୍ଏସ୍: ଲାୟନ୍ସ କ୍ଲବ ନବରଙ୍ଗପୁର ଦ୍ୱାରା ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଏକ ମାଗଣା ମଧୁମେହ ରୋଗ ନିରୂପଣ, ଚିକିତ୍ସା ଓ ଔଷଧ ବିତରଣ ଶିବିର ପାଞ୍ଜିଆ ସାହିସ୍ଥିତ କ୍ଲିନିକରେ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର କେ. ଡି. ପଟ୍ଟନାୟକଙ୍କ କ୍ଲିନିକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୩୭ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୦ଦିନ ପାଇଁ ମାଗଣା ଔଷଧ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଲାୟନ୍ସ କ୍ଲବ ସଭାପତି ଜଗନ୍ନାଥ ମହାପାତ୍ର ଉଦଘାଟନ କରିଥିଲେ । ଡାକ୍ତର କେ ଡି ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ଭୁବନେଶ୍ୱର ସୁର, ଟି. ନନ୍ଦୀକେଶ୍ୱର ରାଓ, ଡି ଏମ ପି ଦାସ, ରବି ରେଡି, ବିଜୟ ଜୈନ, ଶେଖର ମୂର୍ତ୍ତି ଓ ବିକାଶ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।