ଗୁଣପୁରରେ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ 

ଗୁଣପୁର, ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣପୁରର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। କଟକଣା ଯୋଗୁଁ ଗୁଣପୁର ଓକିଲ ସଂଘ ପକ୍ଷରୁ ଗୁଗଲ ମିଟ୍ ମାଧ୍ୟମରେ ଏହି କର୍ଯ୍ୟକ୍ରମ ହୋଇଥିଲା। ସମିତି ସଭ୍ୟ ଅଶ୍ୱିନୀ ଗମାଙ୍ଗଙ୍କ ନିର୍ଦ୍ଦେଶରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନେକ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ୟାନ୍ୟ ଜରୁରୀକାଳୀନ ଆସବାବ ସାମଗ୍ରୀ ବଣ୍ଟନ କରାଯାଇଥିଲା।