ବିଶ୍ୱବିଜେତା ସିନ୍ଧୁ: ଜାପାନକୁ ପରାସ୍ତ କରି ଭାରତର ନୂତନ ଇତିହାସ ରଚିଲେ

ବାସେଲ,୨୬ା୮: ପିଭି ସିନ୍ଧୁ ବିଶ୍ୱ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଗର୍ବ ଆଣିଛନ୍ତି । ତେବେ ଅଗଷ୍ଟ ୨୫ରେ ବାସେଲଠାରେ ଆୟୋଜିତ ବିଶ୍ୱ ବ୍ୟଡମିଣ୍ଟନର ଫାଇନାଲ ମ୍ୟାଚ୍ରେ ପ୍ରତିଦ୍ୱନ୍ଦୀ ଜାପାନର ନାଜୋମୀ ଓକୁହାରାଙ୍କୁ ୨୧-୭, ୨୧-୭ରେ ପରାସ୍ତ କରି ଇତିହାସ ରଚିଛନ୍ତି। ପ୍ରଥମ ଗେମ୍ରେ ସିନ୍ଧୁଙ୍କୁ ୧୬ ମିନିଟ୍ ଲାଗିଥିବାବେଳେ ଦ୍ୱିତୀୟ ରାଉଣ୍ଡରେ ତାଙ୍କୁ ୨୦ ମିନିଟ୍ ଲାଗିଥିଲା।
ଏହାପୂର୍ବରୁୁ ସେ ୨୦୧୭ ସଂସ୍କରଣ ଫାଇନାଲ୍ରେ ଉଭୟ ମୁହାଁମୁହିଁ ହୋଇଥିବାବେଳେ ଓକୁହାରା ସିନ୍ଧୁଙ୍କୁ ପରାସ୍ତ କରିଥିଲେ।
ସୂଚନାକ୍ରମେ ସେ ୨୦୧୩ରେ ଓ ୨୦୧୪ ବିଶ୍ୱ ଚାମ୍ପିଅନସିପ୍ରେ କାଂସ୍ୟ, ୨୦୧୭ ଓ ୨୦୧୮ ବିଶ୍ୱ ଚାମ୍ପିଅନସିପ୍ରେ ରୌପ୍ୟ ପରେ ୨୦୧୯ରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତର ପ୍ରଥମ ମହିଳା ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ହୋଇଛନ୍ତି । ସେହିପରି ୨୦୧୬ ରିଓ ଅଲମ୍ପିକ୍ସରେ ରୌପ୍ୟ, ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଜାକର୍ତା ଏସୀୟ କ୍ରୀଡ଼ା ଓ ବିଡବ୍ଲୁଏଫ୍ ବିଶ୍ୱ ଟୁର୍ ଫାଇନାଲସରେ ରୌପ୍ୟ ପଦକ ଜିତିସାରିଛନ୍ତି।