ଶିକ୍ଷାର ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୫୦୦ ନିୟୁତ ଡଲାରର ସହାୟତା

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ୬ଟି ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୫୦୦ ନିୟୁତ ଡଲାରର ସହାୟତା ଯୋଗାଇ ଦେବାନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ନିକଟରେ ଅନୁଷ୍ଠିତ ହୋଇଥିବା ବିଶ୍ୱବ୍ୟାଙ୍କର ବୋର୍ଡ ବୈଠକରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ଦ୍ୱାରା ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱାରା ଦେଶର ୬ଟି ରାଜ୍ୟର ପ୍ରାୟ ୧୫ ଲକ୍ଷ ବିଦ୍ୟାଳୟ ସମେତ ୨୫ କୋଟି ଛାତ୍ରଛାତ୍ରୀ ଏବଂ ଏକ କୋଟି ଶିକ୍ଷକ ଉପକୃତ ହେବେ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି।