୨୭ରୁ ୱାର୍ଲ୍ଡ ଆଥଲେଟିକ୍ ଚାମ୍ପିଅନଶିପ୍, ଭାରତୀୟ ଦଳରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ଦୋହାରେ ଆସନ୍ତା ୨୭ ତାରିଖରୁ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ ଚାମ୍ପିଅନଶିପ୍ ଲାଗି ୨୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ୧୬ ପୁରୁଷ ଏବଂ ୯ ମହିଳା ଆଥଲେଟ୍ ସ୍ଥାନ ପାଇଛନ୍ତି। ଏହା ମଧ୍ୟରେ ଓଡ଼ିଶାର ଶ୍ରେଷ୍ଠ ମହିଳା ଆଥଲେଟ୍ ଦୂତୀ ଚାନ୍ଦ ରହିଛନ୍ତି।

ସେ ଏହି ଚାମ୍ପିଅନଶିପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରି ନଥିଲେ ମଧ୍ୟ ତାଙ୍କ ଉନ୍ନତ ବିଶ୍ୱ ତାଲିକା ଯୋଗୁଁ ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ ଆଥଲେଟିକ ଫେଡେରେସନ (ଏଆଇଏଫଏଫ) ର ନିମନ୍ତ୍ରଣ କ୍ରମେ ଏଥିରେ ଯୋଗ ଦେବାକୁ ଯାଉଛନ୍ତି। ଏହିଭଳି ୩ଜଣ ଆଥଲେଟ୍ ଆଥଲେଟିକ ଫେଡେରେସନ ଅଫ୍ ଇଣ୍ଡିଆ ମନୋନୀତ କରିଥିଲା। ମହିଳା ୧୦୦ ମିଟରରେ ଦୂତୀ, ମହିଳା ୨୦୦ ମିଟରରେ ଅର୍ଚ୍ଚନା ସୁଶୀନ୍ଦ୍ରନ୍ ଏବଂ ମହିଳା ହାଇଜମ୍ପରେ ତେଜସ୍ୱୀନି ଶଙ୍କର ଏଆଇଏଫଏଫ୍ ନିମନ୍ତ୍ରଣ କ୍ରମେ ଏହି ଚାମ୍ପିଅନଶିପ୍ରେ ଅଂଶଗ୍ରହଣ କରିବେ